ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ। ଏଥି ସହିତମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଦୁଇଟି ଜୀବିତ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୮୦ ଦିନର ମାତୃତ୍ଵ ଛୁଟି ମିଳିବ। ବ୍ଲକ ଗ୍ରାଣ୍ଟ ପାଇବା ଦିନ ଠାରୁ ୧୬ ବର୍ଷ ପରେ, ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ ଉଚ୍ଚତର ବେତନ ହାର ସ୍ତରରେ ଏକ ପ୍ରେସମେଣ୍ଟ୍ ସ୍କେଲ୍ ସୁବିଧା ପ୍ରଦାନ କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପାଇଁ ସେବା ସମୟରେ ମୃତ୍ୟୁବରଣ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା (Ex-Gratia) ରାଶି ଯଥାକ୍ରମେ ୨ ଲକ୍ଷରୁ ୫ଲକ୍ଷ ଟଙ୍କାକୁ ଏବଂ ୧.୫୦ ଲକ୍ଷରୁ ୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଇତି ମଧ୍ଯରେ କ୍ଯାବିନେଟ, ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକଗ୍ରାଣ୍ଟ କର୍ମଚାରୀମାନଙ୍କୁ ଷାଠିଏ ବର୍ଷ ବୟସରେ ସେବା ନିବୃତ୍ତି ସମୟରେ ଏକକାଳୀନ ରାଶି ଭାବରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଯଥାକ୍ରମେ ୧୦ ଲକ୍ଷ ଓ ୫ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ମଧ୍ଯ ନେଇଛନ୍ତି। ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ବ୍ଲକ ଗ୍ରାଣ୍ଟ କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧୭,୫୦୦ କର୍ମଚାରୀ ଉପକୃତ ହେବେ। #NaveenOdisha
@IPR_Odisha Sir kindly sanction new GIA Policy 2008-2018. @OSNLEA
@IPR_Odisha All grants will be given just to please and attract votes 🤣🤣🤣🤣
@IPR_Odisha Sabu kole sir aapon au Rehabilitation candidate kn koribe aame kn odisha ra loko nuha ki aamo proti eata obohela kn pai sir pls 2020 rule ku change korantu 1990 rule re job deontu pls sir🙏🙏🙏
@IPR_Odisha ରାଜ୍ୟ ସରକାରଙ୍କ କନିଷ୍ଠ ଶିକ୍ଷକ ପ୍ରତି ଅଣଦେଖା କେତେଦିନ । ପ୍ରାଥମିକ ଶିକ୍ଷା ରୁ ଚୁକ୍ତି ଉଚ୍ଛେଦ କେବେ ଜବାଵଦିଅନ୍ତୁ । @CMO_Odisha @Naveen_Odisha @MoSarkar5T @SecyChief @PradeepJenaIAS @DC_Odisha @_anugarg @pranabpdas @balakrishnan_28 @gapg_dept @FdOdisha @vishaldevk @NiranjanPujar11
@IPR_Odisha Justice for 194 Private School, they aren't got any salary/money since 25-30 years.
@IPR_Odisha The Government should sanction regular payment of pension or sanction 40 lac per teaching staff
@IPR_Odisha Sir, please consider rihablistation assistance schim those which are pending case's 🙏
@IPR_Odisha It's our humble request to Hon'ble CM Sir and chairman 5T VK Pandian Sir, Please consider GIA 2008 to 2018 as soon as possible